Dnk Live News- ମାଷ୍ଟର କ୍ୟାଣ୍ଟିନ ଛକରେ ଅନଲାଇନ୍ ଗାଡ଼ି ଚାଳକ ସଂଘର ହିଂସା ଘଟଣାରେ କ୍ଷମା ପ୍ରାର୍ଥନା କଲା ସ୍ମାର୍ଟ ସିଟି ଅନ୍ଲାଇନ ଅଟୋ ଟ୍ୟାକ୍ସି ଡ୍ରାଇଭର୍ ସଂଘ। ଏକ ଭିଡିଓ ଜାରି କରି ଜନସାଧାରଣଙ୍କୁ କ୍ଷମା ମାଗିଲେ ସଭାପତି ଦୀନବନ୍ଧୁ ନାୟକ। ଜନସାଧାରଣଙ୍କୁ ହୋଇଥିବା ଅସୁବିଧା ପାଇଁ ଆମେ ଦୁଃଖିତ ବୋଲି କହିଲେ ଦୀନବନ୍ଧୁ। ‘ଭୁଲ୍ଟା ଭୁଲ୍, ଭୁଲ୍କୁ ଆମେ ସ୍ୱୀକାର କରୁଛୁ.. ଏଇଟା ହେବାର ନଥିଲା। ହିଂସା ଘଟଣାରେ ରାଜନୀତି ଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ଦୀନବନ୍ଧୁ ।
ଦିନବନ୍ଧୁ ଏକଥା କହିଛନ୍ତି ଯେ, ‘ଆମେ ସମସ୍ତେ ଗରୀବ ଖଟିଖିଆ ଅଟୋ-ଟ୍ୟାକ୍ସି-ବାଇକ୍ ଚାଳକ। ନିଜର ହକ୍ ପୂରଣ ହେଉନଥିବାରୁ ଆନ୍ଦୋଳନକୁ ଓହ୍ଲାଇଥିଲେ । ଚାକିରି ନପାଇ ଅଟୋ ଚଳାଉଛୁ । ଶାନ୍ତିପୂର୍ଣ୍ଣ ଧାରଣାରେ ଥିଲୁ । ତାପରେ ଗଣ୍ଡଗୋଳ ହେଲା ।

ଉଗ୍ର ରୂପ ନେଇଥିଲା ଆନ୍ଦୋଳନ
କିନ୍ତୁ ଆମେ ଗୁଣ୍ଡା ନୁହେଁ । ହକ୍ ପାଇଁ ଲଢେଇ କରୁଥିଲୁ। ପୋଲିସ ମାଇଲେଜ୍ ପାଇବା ପାଇଁ ଆମକୁ ଗୁଣ୍ଡା ସଜେଇ ଦେଲା।’ ଭିଡିଓ ବାର୍ତ୍ତାରେ ଘଟଣାକୁ ନେଇ କ୍ଷମାପ୍ରାର୍ଥନା କରି ନିଜର ସମସ୍ୟା କଥା କହିଛନ୍ତି । ଏପରିକି ଗଣ୍ଡଗୋଳ ଘଟଣାରେ ଅଟୋ ଚାଳକଙ୍କୁ ଗୁଣ୍ଡା କହିବା ତାଙ୍କୁ ବ୍ୟଥିତ କରିଥିବା କହିଛନ୍ତି।















Leave a Reply