Dnk Live News- ଓଡ଼ିଶା ପୋଲିସରେ ବଡ଼ଧରଣର ନିଯୁକ୍ତି ପାଇଁ ମିଳିଛି ମଞ୍ଜୁରି । ପୋଲିସ ବିଭାଗରେ ମୋଟ ୪ ହଜାର ୧୯୫ଟି ନୂଆ ପଦବୀ ସୃଷ୍ଟି କରାଯାଇଛି । ଏହା ମଧ୍ୟରେ କନେଷ୍ଟବଳଠାରୁ ଆରମ୍ଭ କରି ASI, SI ଓ ଅତିରିକ୍ତ ଏସ୍ପି ପର୍ଯ୍ୟନ୍ତ ବିଭିନ୍ନ ପଦ ସାମିଲ ରହିଛି ।

ନୂଆ ପଦବୀ ଅନୁସାରେ, ୨ ହଜାର ୬୯୯ଟି କନେଷ୍ଟବଳ ପଦ ସୃଷ୍ଟ । ସେହିପରି ୯୭୨ଟି ଏଏସ୍ଆଇ ଏବଂ ୧୦୮ଟି ସବ୍-ଇନ୍ସପେକ୍ଟର ବା ଏସ୍ଆଇ ପଦ ପାଇଁ ନିଯୁକ୍ତି ସୁଯୋଗ ରହିଛି । ଏହାବ୍ୟତୀତ ୩୭୭ଟି ହାବିଲଦାର ମେଜର, ୩୬ଟି ଏସ୍ଆଇ ଏବଂ ୨ଟି ଅତିରିକ୍ତ ଏସ୍ପି ପଦ ସୃଷ୍ଟି କରାଯାଇଛି ।

ପୋଲିସ ବିଭାଗରେ ଏହି ବଡ଼ ନିଯୁକ୍ତି ଦ୍ୱାରା ଖାଲି ପଦ ପୂରଣ ହେବା ସହ ରାଜ୍ୟରେ ପୋଲିସ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି । ଏହା ଚାକିରି ଆଶାୟୀଙ୍କ ପାଇଁ ମଧ୍ୟ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି ।















Leave a Reply