DANDAKARANYA MEDIA (OPC) PRIVATE LTD.

ନେପାଳ ବନ୍ୟା; ୯ ଦିନ ପରେ ସୁଡ଼ଙ୍ଗ ଭିତରୁ ୨ ଜଣ ଜୀବନ୍ତ ଉଦ୍ଧାର, ମୃତ୍ୟୁ ସଂଖ୍ୟା ୧୨୦୦ ଟପିଲା ।

Dnk Live News- ନେପାଳରେ ଅଗଷ୍ଟ ୨୬ରେ ଆସିଥିବା ଭୟଙ୍କର ବନ୍ୟା ପରେ ଚାଲିଥିବା ଉଦ୍ଧାର ଅଭିଯାନ ମଧ୍ୟରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଭୟଙ୍କର ବନ୍ୟାର ୯ ଦିନ ପରେ ତ୍ରିଶୁଳୀ-୩ ‘ଏ’ ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗ ଭିତରୁ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ନେପାଳୀ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଶୁକ୍ରବାର ସକାଳେ ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଚାଲିଥିବା ସମୟରେ ସୁଡ଼ଙ୍ଗ ଭିତରୁ ଜଣେ ବ୍ୟକ୍ତିଙ୍କ ସ୍ୱର ଶୁଣା ଯାଇଥିବା ସଙ୍କେତ ମିଳିଥିଲା। ଏହାପରେ ଉଦ୍ଧାରକାରୀ ଦଳ ଅଭିଯାନକୁ ଜୋରଦାର କରିଥିଲେ। ଶେଷରେ ଦୁଇ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଛି। ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସପ୍ତରୀ ଜିଲ୍ଲାର ସଞ୍ଜୟ ସାହ ଅଛନ୍ତି। ସେ ତ୍ରିଶୁଳୀ ହାଇଡ୍ରୋପାୱାର ପ୍ରକଳ୍ପରେ ମେକାନିକାଲ ଇଞ୍ଜିନିୟର ଭାବେ କାମ କରୁଥିଲେ। ଅନ୍ୟ ଜଣଙ୍କ ନାମ କବୀର ମହର୍ଜନ ଏବଂ ସେ ଏହି ପ୍ରକଳ୍ପରେ ସୁପରଭାଇଜର ଭାବେ କାର୍ଯ୍ୟରତ ଥିଲେ ।

ନେପାଳରେ ବନ୍ୟା ବିପର୍ଜୟର ମୃତ୍ୟୁସଂଖ୍ୟା ୧୨୮୨ରେ ପହଞ୍ଚିଛି । ଉଦ୍ଧାରକାରୀ ଦଳ ପ୍ରଭାବିତ ଅଞ୍ଚଳରୁ ଅଧିକ ମୃତଦେହ ଉଦ୍ଧାର କରିବା ପରେ ଏହି ସଂଖ୍ୟା ବଢ଼ିଛି। ଜରୁରୀକାଳୀନ ଦଳ ଏପର୍ଯ୍ୟନ୍ତ ୧୨ ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରିସାରିଛନ୍ତି। ତଥାପି ପ୍ରାୟ ୫ ହଜାର ଲୋକ ଏବେ ବି ନିଖୋଜ ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *