Dnk live News- ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ଖୁଦୁରୁକୁଣୀ ଓ ଗଣେଶ ପୂଜା ସରିବା ପରେ ବିଶ୍ୱକର୍ମାଙ୍କ ପୂଜା ଚାଲିଛି। ଆଗକୁ ଦଶହରା, ଗଜଲକ୍ଷ୍ମୀ ପୂଜା, କାଳୀ ପୂଜା ଆସିବ। ଭସାଣି ସମୟରେ ଡିଜେ ବ୍ୟବହାରକୁ ନେଇ କମିଶନରେଟ୍ ପୋଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ଡିଜେ ବଜାଇଲେ ପୋଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିବ ବୋଲି କମିଟିକୁ ସୂଚିତ କରାଯାଇଛି ।

ବିନା ଅନୁମତିରେ ଡିଜେ ବଜାଇଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ପୁଲିସ ଚେତାବନୀ ଦେଇଛି । ୨୪ ଟି ଗଣେଶ ପୂଜା କମିଟି ପୋଲିସର ଅନୁମତି ନେଇଥିବା ଜଣାପଡିଛି। ଏହା ବାଦ ୨ ଶହରୁ ଉର୍ଦ୍ଧ୍ୱ ମଣ୍ଡପରେ ଗଜାନନ ଙ୍କ ମୂର୍ତ୍ତି ପୂଜା ପାଉଛନ୍ତି । କିଛି ସ୍ଥାନରେ ପୂଜା କମିଟି ପ୍ରଶାସନ ନିର୍ଦ୍ଦେଶକୁ ଫୁ କରି ଦେଉଛନ୍ତି। ଆଇନକୁ ଖାତିର କରୁ ନାହାନ୍ତି । ଲୁଚା ଛପାରେ ଡିଜେ ବଜାଇ ଭସାଣୀ କାର୍ଯ୍ୟକ୍ରମ କରୁଛନ୍ତି । ମଦ ନିଶାରେ ଚୁର ହୋଇ ଅସାମାଜିକ କାର୍ଯ୍ୟ ଓ ବିଭ୍ରାଟ ସୃଷ୍ଟି କରୁଛନ୍ତି ।
















Leave a Reply