DANDAKARANYA MEDIA (OPC) PRIVATE LTD.

ଲଘୁଚାପ ଗଭୀର ଅବପାତରେ ପରିଣତ, ଦକ୍ଷିଣକୁ ଭୟଙ୍କର ବର୍ଷା ସମ୍ଭାବନା

Dnk live News- ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅଧିକ ସକ୍ରିୟ ହୋଇ ଏକ ‘ଗଭୀର ଅବପାତ’ରେ ପରିଣତ ହୋଇଛି । ପଶ୍ଚିମ-ମଧ୍ୟ ଏବଂ ତା’ର ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ଥିବା ଏହି ପାଣିପାଗ ସିଷ୍ଟମ୍ ଏବେ ଦ୍ରୁତ ଗତିରେ ଉପକୂଳ ଆଡ଼କୁ ଅଗ୍ରସର ହେବାରେ ଲାଗିଛି, ଯାହାକି ରାଜ୍ୟ ପାଇଁ ଏକ ଚିନ୍ତା ବଢ଼ାଇଛି ।

ପାଣିପାଗ ବିଭାଗର ଆକଳନ ମୁତାବକ, ଗତ ୬ ଘଣ୍ଟା ମଧ୍ୟରେ ଏହି ଗଭୀରଅବପାତ ଘଣ୍ଟାପ୍ରତି ପ୍ରାୟ ୭ କିଲୋମିଟର ବେଗରେ ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗକୁ ଗତି କରିଛି । ଏହାର ପ୍ରଭାବରେ ସମୁଦ୍ର ଧୀରେ ଧୀରେ ଅଶାନ୍ତ ହେବାରେ ଲାଗିଛି ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ପାଗରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳୁଛି। ସମ୍ଭାବ୍ୟ ଗତିପଥକୁ ଅନୁଧ୍ୟାନ କଲେ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହା ଆଗାମୀ କିଛି ଘଣ୍ଟା ମଧ୍ୟରେ ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ।

Leave a Reply

Your email address will not be published. Required fields are marked *