DANDAKARANYA MEDIA (OPC) PRIVATE LTD.

ଦୀଘା ନିକଟରେ ସ୍ଥଳଭାଗ ଛୁଇଁବ ଗଭୀର ଅବପାତ, ଆସନ୍ତା ୨ ଦିନ ପ୍ରବଳ ବର୍ଷିବ।

Dnk Live News- ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ରେ ପରିଣତ ହେବା ପରେ ଏବେ ଦୀଘା ଉପକୂଳରେ ସ୍ଥଳଭାଗ ଛୁଇଁବ । ଏହା ବାଲେଶ୍ଵର ଠାରୁ ୧୨୦ କିମି ଦୂରରେ ରହିଛି। ଆସନ୍ତାକାଲି ଓଡ଼ିଶା ଓ ପଶ୍ଚିମବଙ୍ଗ ସୀମାରେ ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ଥିବାରୁ ଦୁଇ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପବନ ସହ ବର୍ଷା ସମ୍ଭାବନା ଅଛି।
ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ୨୯ଯାଏ ମତ୍ସ୍ୟଜୀଜୀଙ୍କୁ ବାରଣ କରାଯାଇଛି। ଆସନ୍ତା ୩୧ ଯାଏ ବିଭିନ୍ନ ଜିଲାରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।


ମଙ୍ଗଳବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁର ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇ ଥିବାରୁ ଅଧିକ ବର୍ଷା ହୋଇପାରେ। ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, ଦେବଗଡ଼, ଅନୁଗୋଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା ଓ ବଲାଙ୍ଗୀରରେ ପବନ ସହିତ ବର୍ଷା ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅଗଷ୍ଟ ୩ ତାରିଖ ଯାଏ ଅଧିକାଂଶ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।

ସୋମବାର ସଂଧ୍ୟା ୫ଟା ୩୦ ସୁଧା‌ କେନ୍ଦ୍ରାପଡ଼ାରେ ସର୍ବାଧିକ ୧୫୫ମିଲିମିଟର ବର୍ଷା ରେକର୍ଡ କରାଯାଇ ଥିବା ବେଳେ ପୁରୀରେ ୧୫୦ ମିମି, ସୁବର୍ଣ୍ଣପୁରରେ ୧୩୬ ମିମି, ପାରାଦ୍ବୀରେ ୮୭ ମିମି, ଭବାନୀପାଟଣାରେ ୭୨ ମିମି, କୋରାପୁଟରେ ୭୭ ମିମି, ରାୟଗଡ଼ାରେ ୫୭ ମିମି, ଯାଜପୁରରେ ୭୨ ମିମି, ଖୋରଧାରେ ୬୪ ମିମି, ଢ଼େଙ୍କାନାଳରେ ୭୦ ମିମି, ବଲାଙ୍ଗିରରେ ୪୭ ମିମି ବର୍ଷା ରେକର୍ଡ କରାଯାଇଛି। ସମୁଦ୍ର ଅଶାନ୍ତ ରହିବା ସମ୍ଭାବନା ଥିବାରୁ ୨୯ ଯାଏ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ମତ୍ସ୍ୟଜୀବୀଙ୍କୁ ସତର୍କ କରାଯାଇଛି।

Leave a Reply

Your email address will not be published. Required fields are marked *