DANDAKARANYA MEDIA (OPC) PRIVATE LTD.

କେରଳ ଛୁଇଁଲା ମୌସୁମୀ, ଦୃତ ବେଗରେ ବଙ୍ଗୋପସାଗର ମୁହଁ ହେଉଛି, ଓଡ଼ିଶାରେ ପଡ଼ିବ ପ୍ରଭାବ

DNK NEWS LIVE- ସବୁ ଅପେକ୍ଷାର ଅନ୍ତ ଘଟାଇ ମୌସୁମୀ କେରଳ ଛୁଇଁଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନ ସହିତ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ସେଠାକାର ୩ଟି ଜିଲ୍ଲା ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି। ସେହିପରି, ଓଡ଼ିଶାରେ ମଧ୍ୟ ପ୍ରାକ୍-ମୌସୁମୀ ବର୍ଷା ଏବଂ ଆଗାମୀ ଦିନରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଦିଆଯାଇଛି।

ମୌସୁମୀ କେରଳ ଛୁଇଁବା ପରେ ବର୍ଷା ଆରମ୍ଭ

IMDର ସୂଚନା ଅନୁଯାୟୀ, କେରଳର ଅଧିକାଂଶ ଭାଗରେ ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ହେଉଛି। ବିଶେଷ କରି ୩ଟି ପ୍ରମୁଖ ଜିଲ୍ଲାରେ ବନ୍ୟା ଏବଂ ଭୂସ୍ଖଳନ ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମୌସୁମୀ ବାୟୁ ଏବେ ଦ୍ରୁତ ଗତିରେ ଆରବ ସାଗର ଏବଂ ବଙ୍ଗୋପସାଗର ଆଡ଼କୁ ଅଗ୍ରସର ହେଉଛି।

କେରଳରେ ପ୍ରବଳ ବର୍ଷା

ଓଡ଼ିଶାବାସୀଙ୍କ ପାଇଁ ମଧ୍ୟ ପାଣିପାଗ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ଆଲର୍ଟ ଜାରି କରିଛି। ମୌସୁମୀ ବାୟୁ କେରଳ ଛୁଇଁବା ପରେ ବଙ୍ଗୋପସାଗରରେ ସକ୍ରିୟତା ବଢ଼ିଛି, ଯାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାକୁ ଯାଉଛି।

IMD ପକ୍ଷରୁ ବର୍ଷା ନେଇ ଆଲର୍ଟ ଜାରି

Leave a Reply

Your email address will not be published. Required fields are marked *