
ଦୂରସଂଚାର ବିଭାଗ ଦେଶବ୍ୟାପୀ ଲକ୍ଷ ଲକ୍ଷ ମୋବାଇଲ ଉପଭୋକ୍ତାଙ୍କୁ ସାଇବର ଅପରାଧୀଙ୍କଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଛି, ଯେଉଁମାନେ ସିମ୍ କାର୍ଡ ସେବାର ପ୍ରତିନିଧି ସାଜି ଲୋକଙ୍କୁ ଠକିବାକୁ ଚେଷ୍ଟା କରୁଛନ୍ତି। ଏହି ଚେତାବନୀ DoTର ଅଧିକାରିକ X ଆକାଉଣ୍ଟ ମାଧ୍ୟମରେ ଜାରି କରାଯାଇଛି। ବିଭାଗ ଉପଭୋକ୍ତାମାନଙ୍କୁ ଅନୁରୋଧ କରିଛି ଯେ, ସେମାନେ କୌଣସି ସନ୍ଦେହଜନକ କଲ୍ କିମ୍ବା ମେସେଜ୍ର ରିପୋର୍ଟ କରନ୍ତୁ। ବିଶେଷ କରି ସିମ୍ ସ୍ୱାପ୍ ଠକେଇରୁ ସତର୍କ ରହିବା ଜରୁରୀ, କାରଣ ନିକଟରେ ଅନେକ ଉପଭୋକ୍ତା ଦୂରସଂଚାର ବିଭାଗକୁ ସିମ୍ କାର୍ଡ ବନ୍ଦ କରିବା ପାଇଁ ଅନାବଶ୍ୟକ କଲ୍ ଆସୁଥିବା ଅଭିଯୋଗ କରିଛନ୍ତି।
DoT ସ୍ପଷ୍ଟ କରିଛି ଯେ ଦୂରସଂଚାର ବିଭାଗ, TRAI କିମ୍ବା କୌଣସି ଟେଲିକମ୍ କମ୍ପାନୀ ସିମ୍ କାର୍ଡ ବନ୍ଦ କରିବା ପାଇଁ ଉପଭୋକ୍ତାଙ୍କୁ କଲ୍ କିମ୍ବା ମେସେଜ୍ ପଠାଏ ନାହିଁ। ଲୋକଙ୍କୁ ଏଭଳି କଲ୍ କିମ୍ବା ମେସେଜ୍କୁ ଉପେକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ, KYC ସୂଚନା ମାଗୁଥିବା କିମ୍ବା ସନ୍ଦେହଜନକ ଲିଙ୍କ ଆସୁଥିବା ମେସେଜ୍ ଓ ଇ-ମେଲ୍ରୁ ମଧ୍ୟ ସତର୍କ ରହିବା ଆବଶ୍ୟକ