DANDAKARANYA MEDIA (OPC) PRIVATE LTD.

ଆଧାର କାର୍ଡ କୁ ନେଇ ବଡ ଅପଡେଟ, ଜନ୍ମ ପ୍ରମାଣ ପତ୍ର ଭାବେ ଗ୍ରହଣୀୟ ହେବନି ଆଧାର

DNK LIVE NEWS- ଆଧାର କାର୍ଡକୁ ନେଇ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ର ନୂଆ ନିର୍ଦ୍ଦେଶ ଅନୁଯାୟୀ, ଏବେ ଆଧାର କାର୍ଡକୁ ଜନ୍ମ ତାରିଖ (Date of Birth) ର ପ୍ରମାଣ ଭାବେ ଗ୍ରହଣ କରାଯିବ ନାହିଁ। ସଂସ୍ଥା ପକ୍ଷରୁ ଏକ ପତ୍ର ଜାରି କରାଯାଇ ଏହି ସୂଚନା ଦିଆଯାଇଛି। ଏଣିକି ଆଧାର କାର୍ଡ କେବଳ ପରିଚୟର ପ୍ରମାଣ ଭାବେ କାମ କରିବ, କିନ୍ତୁ ଏହା ଦ୍ୱାରା ଜନ୍ମ ତାରିଖ ପ୍ରମାଣିତ ହୋଇପାରିବ ନାହିଁ, ଯଦିଓ ଏଥିରେ ଜନ୍ମ ତାରିଖ ଉଲ୍ଲେଖ ଥାଏ।

ଏହି ନିଷ୍ପତ୍ତି ଉପରେ UIDAI କହିଛି ଯେ, ଆଧାରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଥେଣ୍ଟିକେସନ୍ମା ଧ୍ୟମରେ ଜଣେ ବ୍ୟକ୍ତିର ପରିଚୟ ପ୍ରମାଣିତ କରିବା, ବୟସ ଜଣାଇବା ନୁହେଁ। ଆଧାର କାର୍ଡରେ ଥିବା ଜନ୍ମ ତାରିଖ ଉପଭୋକ୍ତାଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଆଧାରରେ ଲିପିବଦ୍ଧ କରାଯାଇଥାଏ, ତେଣୁ ଏହା ଏକ ନିଶ୍ଚିତ ପ୍ରମାଣ ନୁହେଁ।UIDAI ସ୍ପଷ୍ଟ କରିଛି ଯେ, ଆଧାର କେବଳ ଏହି କଥା ନିଶ୍ଚିତ କରେ ଯେ ଯେଉଁ ବ୍ୟକ୍ତି ଆଧାର କାର୍ଡ ତିଆରି କରିଥିଲେ, ସେ ନିଜେ ହିଁ ଏହାକୁ ଉପସ୍ଥାପନ କରୁଛନ୍ତି। ବାୟୋମେଟ୍ରିକ ଏବଂ ଅନ୍ୟାନ୍ୟ ଡେଟା ବ୍ୟବହାର କରି କେବଳ ବ୍ୟକ୍ତିଙ୍କ ପରିଚୟ ସ୍ଥାପିତ ହୁଏ, କିନ୍ତୁ ଜନ୍ମ ତାରିଖର ଯାଞ୍ଚ ହୁଏନାହିଁ। ତେବେ କଲ୍ୟାଣକାରୀ ଯୋଜନା ବା ସବସିଡି ପାଇଁ ଆଧାର ବ୍ୟବହାର କରିବା କିମ୍ବା ନ କରିବା ସମ୍ପୃକ୍ତ ମନ୍ତ୍ରାଳୟ ବା ସରକାରୀ ଏଜେନ୍ସିଙ୍କ ଉପରେ ନିର୍ଭର କର

 

Leave a Reply

Your email address will not be published. Required fields are marked *