DNK NEWS LIVE – ସରକାର LPG ଗ୍ୟାସ୍ କନେକ୍ସନ୍ ସମ୍ବନ୍ଧୀୟ ନୂଆ ନିୟମ ଆଣିଛନ୍ତି। ଏହି ନୂଆ ନିୟମ ଅନୁସାରେ ଗୋଟିଏ ପରିବାରରେ କେବଳ ଗୋଟିଏ LPG ଗ୍ୟାସ୍ କନେକ୍ସନ୍ ରହିପାରିବ।

ଯେଉଁମାନଙ୍କ ପାଖରେ ଏକାଧିକ ଗ୍ୟାସ୍ କନେକ୍ସନ୍ ଅଛି, ସେମାନଙ୍କୁଅତିରିକ୍ତ କନେକ୍ସନ୍ ବନ୍ଦ କରିବାକୁ ପଡିପାରେ। ସରକାରର ଲକ୍ଷ୍ୟ ହେଉଛି ନକଲି କିମ୍ବା ଅନାବଶ୍ୟକ କନେକ୍ସନ୍ କମେଇବା ଏବଂ ସବସିଡି ବ୍ୟବସ୍ଥାକୁ ସଠିକ୍ ଭାବରେ ପରିଚାଳନା କରିବା।

ଏହି ନିୟମ ଲାଗୁ ହେବା ପରେ ଗ୍ୟାସ୍ କମ୍ପାନୀମାନେ ଗ୍ରାହକଙ୍କ KYC ଏବଂ ଡକ୍ୟୁମେଣ୍ଟ ଯାଞ୍ଚ କରିବେ। ଯଦି ଗୋଟିଏ ଘରରେ ଅଧିକ କନେକ୍ସନ୍ ମିଳେ, ତେବେ ସେଥିରେ କାର୍ଯ୍ୟନୁଷ୍ଠାନ ହେବାର ସମ୍ଭାବନା ରହିଛି।
ସରକାର କହିଛନ୍ତି ଯେ ଏହା ଦ୍ୱାରା ଯଥାର୍ଥ ଉପଭୋକ୍ତାମାନେ ଲାଭ ପାଇବେ ଏବଂ ଗ୍ୟାସ୍ ବଣ୍ଟନ ବ୍ୟବସ୍ଥା ଅଧିକ ସୁଚାରୁ ହେବ।














Leave a Reply