DNK LIVE NEWS- ନବରଙ୍ଗପୁର ଜିଲ୍ଲାର ସମସ୍ତ ଘରୋଇ ବିଦ୍ୟାଳୟକୁ ନେଇ ଏକ ସଂଘ ଗଠନ ହୋଇଯାଇଛି । ଉମରକୋଟ ସ୍ଥିତ ଏକ ହୋଟେଲ୍ ରେ ଆୟୋଜିତ ସଭାରେ ଜିଲ୍ଲାର ୩୦ ରୁ ଅଧିକ ଘରୋଇ ସ୍କୁଲ ଅଧ୍ୟକ୍ଷ ଏକତ୍ରିତ ହୋଇ ପ୍ରାଇଭେଟ୍ ସ୍କୁଲ ଗୁଡିକରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପରେ ଏକ ସଂଘ ଗଠନର ନିଷ୍ପତ୍ତି ହୋଇଥିଲା ।
ଏହି ସଂଘ ରାଜ୍ୟ ସରକାରଙ୍କ ସହ ସମନ୍ବୟ ରକ୍ଷା କରି ଘରୋଇ ସ୍କୁଲ ଗୁଡିକର ସମସ୍ୟାର ସ୍ଥାୟୀ ସମାଧାନ କରିବା ଦିଗରେ କାମ କରିବେ ବୋଲି ମତ ପ୍ରକାଶ ପାଇଥିଲା । ଦୀର୍ଘ ଦିନ ଧରି ଜିଲ୍ଲାର ଘରୋଇ ସ୍କୁଲ ଗୁଡ଼ିକ ବିଭିନ୍ନ ସମସ୍ୟାର ସମ୍ମୁଖିନ ହୋଇ ଆସୁଥିଲେ ମଧ୍ୟ ଜିଲ୍ଲାରେ କୌଣସି ସଂଘ ନଥିବାରୁ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ସହ ଆଲୋଚନା ହୋଇପାରୁ ନଥିଲା । ଏଣୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି “ଜିଲ୍ଲା ପ୍ରାଇଭେଟ୍ ସ୍କୁଲ ସଂଘ” ନାମରେ ଏକ ସଂଘ ଗଠନ ହୋଇଛି
ନୂତନ ଭାବେ ଗଠିତ ସଂଘରେ ରାଇମିଂ ବାର୍ଡ ସ୍କୁଲ ଅଧ୍ୟକ୍ଷ କାମାକ୍ଷାପ୍ରସାଦ ସତପଥୀଙ୍କୁ ସଭାପତି, ଦଣ୍ଡକାରଣ୍ଯ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ମଲ୍ଲିକଙ୍କୁ ଉପ-ସଭାପତି, ସ୍ବର୍ଣ୍ଣଲତା ପଟ୍ଟନାୟକଙ୍କୁ ସଂପାଦିକା, ଏସଏସ ବାଲ ମନ୍ଦିର ଅଧ୍ୟକ୍ଷ ରାକେଶ କୁମାର ପଟ୍ଟନାୟକଙ୍କୁ ସହ ସଂପାଦକ ଏବଂ ମନୋଜ କୁମାର ଚୌଧୁରୀଙ୍କୁ କୋଷାଧ୍ଯକ୍ଷ ଭାବେ ମନୋନୀତ କରାଯାଇଥିବାବେଳେ କଳିଙ୍ଗ ବିଦ୍ୟାପୀଠ ଅଧ୍ୟକ୍ଷ ସତ୍ୟବ୍ରତ ସାମଲଙ୍କୁ ଆଇନ୍ ପରାମର୍ଶଦାତା ଓ ପଙ୍କଜ ମିପା, ସନ୍ତୋଷ କୁମାର ସାହୁ, ମନୋଜ କୁମାର ପାଢୀ ଏବଂ ରବିଶଙ୍କର ସାହୁଙ୍କୁ ପରାମର୍ଶଦାତା ଭାବେ ମନୋନୀତ କରାଯାଇଛି ।
ନୂତନ ସଂଘ ଜିଲ୍ଲାର ସମସ୍ତ ପ୍ରାଇଭେଟ୍ ସ୍କୁଲ ମାଲିକଙ୍କ ସହ ଯୋଗାଯୋଗ କରି ଆବଶ୍ୟକୀୟ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବ ବୋଲି ସଂଘର ସଭାପତି ଓ ସଂପାଦୀକା ପ୍ରକାଶ କରିଛନ୍ତି ।














Leave a Reply