Dnk live NEWS- ୩୦ ତାରିଖରୁ ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR) ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପାଳନ ଆନୁଷ୍ଠାନିକ ଭାବେ ସୂଚନା ଦେଇଛନ୍ତି।
ଏହି ପ୍ରକ୍ରିୟାରେ ବୁଥ୍ ଲେବଲ ଅଫିସର (BLO) ମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବା ସହ ଆବଶ୍ୟକ ସଂଶୋଧନ କରିବେ। ଯଦି କାହାର ଭୋଟର ପରିଚୟ ପତ୍ରରେ କୌଣସି ଭୁଲ ଥାଏ ତେବେ ଲୋକେ ସିଧାସଳଖ ନିଜ ବିଏଲଓଙ୍କ ଜରିଆରେ ତାହା ସଂଶୋଧନ କରିପାରିବେ।

ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ ଆୟୋଗ
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଯାଞ୍ଚ ସମୟରେ ଯେଉଁମାନେ ଭାରତୀୟ ନାଗରିକ ନୁହଁନ୍ତି ସେମାନଙ୍କ ନାମ ଭୋଟର ତାଲିକାରୁ ସିଧାସଳଖ ବାଦ ଦିଆଯିବ। ସାରା ରାଜ୍ୟରେ ଏହି ବୃହତ ଯାଞ୍ଚ ପ୍ରକ୍ରିୟା ପାଇଁ ମୋଟ ୪୫,୨୫୫ ଜଣ ବିଏଲଓଙ୍କୁ ନିୟୋଜିତ କରାଯାଇଛି।
ବିଏଲଓ ମାନେ ସକାଳ ସମୟରେ ଘର ଘର ବୁଲି ଯାଞ୍ଚ କରିବେ ଏବଂ ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ନିଜ ନିଜ ପୋଲିଂ ବୁଥରେ ଉପସ୍ଥିତ ରହି ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣିବେ। ଏହି ଅଭିଯାନ ମାଧ୍ୟମରେ ରାଜ୍ୟର ସମସ୍ତ ପରିବାର ନିକଟରେ ପହଞ୍ଚିବାକୁ ନିର୍ବାଚନ କମିଶନ ଲକ୍ଷ୍ୟ ରଖିଛନ୍ତି ।।














Leave a Reply