ଜିମ୍ବାୱେ ଭାରତର ବୃହତ ବିଜୟ, ସେମି କୁ ଯିବା ଆଶା ବଢିଲା

DNK LIVE NEWS- ଚେନ୍ନାଇ ଚିତାମ୍ବରମ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ ଓ ଜିମ୍ବାୱେ ଟି-୨୦ ମ୍ୟାଚରେ ଭାରତର ବୃହତ ବିଜୟ । ଜିମ୍ୱାୱେକୁ ୭୨ ରନ୍ ରେ ହରାଇ ସେମି ଆଶା ଉଜ୍ଜିବିତ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ଟସ୍ ଜିତି ଜିମ୍ବାୱେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ବ୍ୟାଟିଂ କରିବାକୁ ଆସି ୪ ଓ୍ବିକେଟ ହରାଇ ୨୫୬ରନ ସଂଗ୍ରହ କରିଥିଲା । ୨୫୭ ରନର ବିଜୟ ଲକ୍ଷ୍ୟ ନେଇ ଜିମ୍ବାୱେ ସମସ୍ତ ୨୦ଓଭର ଖେଳି ୬ ଓ୍ବିକେଟ ହରାଇ ମାତ୍ର ୧୮୪ ରନ ସଂଗ୍ରହ କରିପାରିଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ସର୍ବାଧିକ ୫୫ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୫୦ ଓ ତିଳକ ବର୍ମା ୪୪ ରନ ସଂଗ୍ରହ କରିଛନ୍ତି । ବୋଲରଙ୍କ ମଧ୍ୟରେ ଅର୍ଶଦୀପ ସିଂ ୩ଟି ଏବଂ ବରୁଣ ଚକ୍ରବର୍ତ୍ତୀ, ଅକ୍ସର ପଟେଲ ଓ ଶିବମ ଦୁବେଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ ମିଳିଛି । ସେମିରେ ପ୍ରବେଶ କରିବାକୁ ହେଲେ ଆଗାମୀ ମ୍ୟାଚ ୱେଷ୍ଟଇଣ୍ଡିଜଠାରୁ ଜିତିବାକୁ ପଡ଼ିବ ।

 

Leave a Reply

Your email address will not be published. Required fields are marked *