DNK LIVE NEWS- ରାଜସ୍ଥାନ ରୟାଲ୍ସର ଅଧିନାୟକ ରିୟାନ ପରାଗ ଏବେ ବଡ଼ ବିବାଦରେ ଫସିଛନ୍ତି। ଏପ୍ରିଲ ୨୮ ତାରିଖରେ ମୁଲ୍ଲାନପୁରର ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍ ଚାଲିଥିବା ସମୟରେ ତାଙ୍କୁ ଡ୍ରେସିଂ ରୁମରେ ଭେପିଂ ବା ଇ-ସିଗାରେଟ୍ ବ୍ୟବହାର କରୁଥିବା ଦେଖିବାକୁ ମିଲିଥିଲ। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

- ରାଜସ୍ଥାନ ରୟାଲ୍ସ ପକ୍ଷରୁ ୨୨୩ ରନର ପିଛା କରାଯାଉଥିବା ବେଳେ ୧୬ତମ ଓଭରରେ ଏହି ଦୃଶ୍ୟ କ୍ୟାମେରାରେ କଏଦ ହୋଇଥିଲା।
- ରିୟାନ ପରାଗ ନିଜ ସାଥୀ ଖେଳାଳି ଯଶସ୍ୱୀ ଜୟସ୍ୱାଲ ଏବଂ ଧ୍ରୁବ ଜୁରେଲଙ୍କ ସହ ବସିଥିବା ବେଳେ ଭେପିଂ (Vaping) କରୁଥିଲେ ।
- ବିସିସିଆଇ ପକ୍ଷରୁ ତାଙ୍କ ବିରୋଧରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ସମ୍ଭାବନା ରହିଛି।

ଲାଇଭ୍ ରେ ଧରାପଡିଲେ ରୀୟାନ..
ମ୍ୟାଚର ଗୁରୁତ୍ୱପୂର୍ଣ୍ଣ ସମୟରେ ଯେତେବେଳେ ସମସ୍ତଙ୍କ ନଜର ଖେଳ ଉପରେ ଥିଲା, ସେତେବେଳେ ଲାଇଭ୍ ବ୍ରଡକାଷ୍ଟରେ ଦେଖାଯାଇଥିଲା ଯେ ରିୟାନ ପରାଗ ଅତି ସାଧାରଣ ଭାବେ ଇ-ସିଗାରେଟ୍ ପିଉଛନ୍ତି। ଜଣେ ଦଳର ନେତୃତ୍ୱ ନେଉଥିବା ଖେଳାଳିଙ୍କ ପାଇଁ ଏଭଳି ଆଚରଣ ଖେଳର ମର୍ଯ୍ୟାଦା ହାନି କରୁଛି ବୋଲି ସମାଲୋଚନା ହେଉଛି। ପ୍ରଶଂସକମାନେ ଏହାକୁ ଖେଳ ପ୍ରତି ତାଙ୍କର ବେପରୁଆ ମନୋଭାବ ବୋଲି କହିଛନ୍ତି।

ହେବ କି କାର୍ଯ୍ୟାନୁଷ୍ଠାନ ?
ରିୟାନ ପରାଗଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ ଦଣ୍ଡିତ କରାଯିବ କି ନାହିଁ, ସେ ନେଇ ଚର୍ଚ୍ଚା ଜୋର ଧରିଛି। ବିସିସିଆଇ ସମ୍ପାଦକ ଦେବାଜିତ ସାଇକିଆଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟନୁଷ୍ଠାନ ନେଇ ସୂଚନା ଆସିନାହିଁ। କିନ୍ତୁ କ୍ରୀଡ଼ା ବିଶେଷଜ୍ଞଙ୍କ ମତରେ, ଆଇପିଏଲର କୋଡ୍ ଅଫ୍ କଣ୍ଡକ୍ଟଉଲ୍ଲଂଘନ କରିଥିବାରୁ ତାଙ୍କ ଉପରେ ଜରିମାନା କିମ୍ବା ଆଗାମୀ ମ୍ୟାଚରୁ ବାଦ୍ ଦିଆଯାଇପାରେ। ପୂର୍ବରୁ ମଧ୍ୟ ତମାଖୁ ବିରୋଧୀ ନିୟମ ଉଲ୍ଲଂଘନ କରି କିଛି ଖେଳାଳି ସମାନ ଧରଣର ଦଣ୍ଡ ପାଇଛନ୍ତି।














Leave a Reply