Dnk News Live- ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି ଫୁଟବଲ ମହକୁମ୍ଭ FIFA ବିଶ୍ଵକପ । ଫିଫା ବିଶ୍ବକପର ୨୩ତମ ସଂସ୍କରଣ-୨୦୨୬ ଜୁନ୍ ୧୧ରୁ ଆରମ୍ଭ ହେବାକୁ ଯାଉଛି । ଏହା ଆମେରିକା, ମେକ୍ସିକୋ ଓ କାନାଡାରେ ଖେଳାଯିବ। ୪୮ ଦେଶକୁ ନେଇ ଆୟୋଜିତ ହେବାକୁ ଥିବା ଏହି ବିଶ୍ବକପରେ ଭାରତ ଅଂଶଗ୍ରହଣ କରୁନଥିଲେ ମଧ୍ୟ ୪ ଭାରତୀୟ ବଂଶୋଭବ ବିଭିନ୍ନ ଦଳ ପକ୍ଷରୁ ଖେଳିବାର ସୁଯୋଗ ପାଇଛନ୍ତି। ସେମାନେ ହେଲେ ଶରପ୍ରୀତ ସିଂହ, ସାମୁଏଲ ମୋଟୁସ୍ବାମୀ, ତାସିନ ଅହମ୍ମଦ ଓ ଡୋକନ୍ସ ନାଜୁନ।

FIFA ରେ ଖେଳିବେ ଏହି ୪ ଭାରତୀୟ ବଂଶଦ୍ଭବ
*ମିଡ୍ଫିଲଡର ଶରପ୍ରୀତ ସିଂହ ନ୍ୟୁଜିଲାଣ୍ଡ ଦଳରେ ସ୍ଥାନ ପାଇଛନ୍ତି। ଅକ୍ଲାଣ୍ଡରେ ଜନ୍ମିତ ଶରପ୍ରୀତଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା। ଶରପ୍ରୀତ ଚଳିତ ବର୍ଷ ନ୍ୟୁଜିଲାଣ୍ଡ ସିନିୟର ଦଳ ପକ୍ଷରୁ ପଦାର୍ପଣ କରିବା ସହିତ ବିଶ୍ବକପ ଦଳରେ ସ୍ଥାନ ପାଇଛନ୍ତି।
*ସାମୁଏଲ ମୋଟୁସ୍ବାମୀ ଡି.ଆର କଙ୍ଗୋ ଦଳରେ ସ୍ଥାନ ପାଇଛନ୍ତି। ତାମିଲନାଡୁର ମୂଳ ବାସିନ୍ଦା ସାମୁଏଲ ମୋଟୁସ୍ବାମୀ ୨୦୧୯ରୁ ଡି ଆର କଙ୍ଗୋ ପକ୍ଷରୁ ଖେଳି ଆସୁଛନ୍ତି। ମିଡ୍ଫିଲଡର ଭାବେ ୫୭ଟି ମ୍ୟାଚ ଖେଳିଛନ୍ତି।
* ସେହିପରି କାତାର ଦଳରେ ତାସିନ ମହମ୍ମଦ ଜାମସେଦି ସ୍ଥାନ ପାଇଛନ୍ତି। ଦୋହାରେ ଜନ୍ମିତ ତାସିନ ୨୦୨୪ରେ କାତାର ସିନିୟର ଦଳ ପକ୍ଷରୁ ପଦାର୍ପଣ କରିଥିଲେ। ତାସିନଙ୍କ ପରିବାର କେରଳ କନ୍ନୁରର ମୂଳ ବାସିନ୍ଦା। ଏବେ ପରିବାର ସହ ତାସିନ ଦୋହାରେ ଅବସ୍ଥାନ କରୁଛନ୍ତି। ପ୍ରଥମ ଥର ପାଇଁ ତାସିନ ବିଶ୍ବକପ ଖେଳିବାକୁ ଯାଉଛନ୍ତି।
* ଅନ୍ୟପଟେ ଡେକେନ୍ସ ନାଜୁନ ହାଇତ ପାଇଁ ୨୦୧୬ରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି । କେରଳ ବ୍ଲାଷ୍ଟର୍ସ ପକ୍ଷରୁ ଆଇଏସ୍ଏଲରେ ଖେଳିଛନ୍ତି। ହାଇତି ପାଇଁ ଏବେ ସୁଦ୍ଧା ସର୍ବାଧିକ ଗୋଲ ସ୍କୋରର ରହିଛନ୍ତି ନାଜୁନ । ନାଜୁନଙ୍କ ମୂଳ ପରି
ବାର କୋଚିର ହୋଇଥିବାବେଳେ ସେ ଏବେ ହାଇତିରେ ଅବସ୍ଥାନ କରୁଛନ୍ତି ।।















Leave a Reply