ଘନ ଘନ ଆକ୍ରମଣ, ସେପଟେ ଆବୁଧାବିରେ ଫସି ରହିଛନ୍ତି ଇଂଲଣ୍ଡର ପୂର୍ବତନ କ୍ରିକେଟ ଷ୍ଟାର ବେୟାରଷ୍ଟୋ

DNK LIVE NEW- ଯୁଦ୍ଧର ଘନଘଟାକୁ ନେଇ ଆତଙ୍କିତ ବିଶ୍ବବାସୀ । ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ମିଡିଲ ଇଷ୍ଟରେ ଉତ୍ତେଜନା ବୃଦ୍ଧି ପାଇଛି । ଏଥିଯୋଗୁ ଅନେକ ଅନ୍ତର୍ଜାତୀୟ ଏୟାରଲାଇନ୍ସ ବିମାନ ଚଳାଚଳକୁ ବନ୍ଦ କରିବା ସହ ରୁଟରେ ପରିବର୍ତ୍ତନ କରାଯାଇଛି । ତେବେ ଇଂଲଣ୍ଡ ଲାୟନ୍ସର କୋଚ ତଥା ଇଂଲଣ୍ଡର ପୁର୍ବତନ କ୍ରିକେଟର ଜନୀ ବେୟାରଷ୍ଟୋ ଆବୁଧାବୀରେ ଫସି ଯାଇଛନ୍ତି । ତାଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଅନୁରୋଧ କରିଛନ୍ତି ବେୟାରଷ୍ଟୋ । ରବିବାର ଆବୁଧାବିରେ ପାକିସ୍ତାନ ଶାହୀନ୍ସ ଓ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚକୁ ବାତିଲ କରି ଦିଆଯାଇଛି । ଇଂଲଣ୍ଡର ଲାୟନ୍ସର କୋଚ ଭାବେ ଜନୀ ବେୟାରଷ୍ଟୋ ଆବୁଧାବୀରେ ଥିଲେ ।

ତେବେ ଆମ ଟିମ୍ ଓ ସମସ୍ତ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରାଥମିକତା ବୋଲି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି । ସୁରକ୍ଷା ବିଶେଷଜ୍ଞ ଓ ସରକାରଙ୍କ ସହ ଆମେ ସମ୍ପର୍କରେ ରହିଛୁ । ଖୁବ ଶୀଘ୍ର ସମସ୍ତେ ସୁରକ୍ଷିତ ଭାବେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବୋର୍ଡ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଇରାନ ଓ ଇସ୍ରାଏଲ ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି । ଏହାର ପ୍ରଭାବ ଅନ୍ୟ ଦେଶଗୁଡିକ ଉପରେ ପଡିବ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *