ସୂର୍ଯ୍ୟକୁମାରଙ୍କ ନେତୃତ୍ବରେ ଘୋଷଣା ହେଲା ଟିମ୍ ଇଣ୍ଡିଆ, ବାଦ ପଡ଼ିଲେ ଆୟର, ପନ୍ତ ଓ ଯଶସ୍ବୀ

ଏସିଆ କପ୍ ପାଇଁ ଘୋଷଣା ହେଲା ଟିମ୍ ଇଣ୍ଡିଆ ।  ସୂର୍ଯ୍ୟ କୁମାର ଯାଦବଙ୍କ ଅଧିନାୟକତ୍ବରେ ୧୫ ଜଣିଆ ଟିମ୍ ଘୋଷଣା କରିଛି ବିସିସିଆଇ । ଶୁଭମନ ଗିଲ୍ ଉପଅଧିନାୟକ ଚୟନ ହୋଇଥିବା ବେଳେ ଦଳରେ ସାମିଲ ହୋଇଛନ୍ତି ହାର୍ଦ୍ଦିକ ଓ ଅର୍ଶଦୀପ । ଯଶପ୍ରିତ ବୁମରା ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି ।  ଅନ୍ୟମାନଙ୍କ ମଧ୍ୟରେ ଅଭିଷେକ ଶର୍ମା, ତିଲକ ବର୍ମା, ଶିବମ ଦୁବେ ସ୍ଥାନ ପାଇଛନ୍ତି । ସେହିପରି T-20ରେ ଭଲ ପ୍ରଦର୍ଶନ କରିଥିବା ହରଶିତ ରାଣା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସୁଯୋଗ ମିଳିଛି । ସେହିପରି ଅକ୍ଷର ପଟେଲ ଓ କୁଲଦୀପ ଯାଦବଙ୍କ ଉପରେ ସ୍ପିନ ବୋଲିଂ ଦାୟିତ୍ବ ସମ୍ଭାଳିବେ । ୱିକେଟ କିପର ଭାବେ ସଞ୍ଜୁ ସାମସନ ଓ ଜିତେଶ ଶର୍ମା ଓ ରିଙ୍କୁ ସିଂଙ୍କୁ ସୁଯୋଗ ମିଳିଛି ।

ସୂର୍ଯ୍ୟ କୁମାର ଯାଦବ, (ଅଧିନାୟକ) ଶୁବମନ ଗିଲ୍, (ଉପଅଧିନାୟକ)

ଅଭିଷେକ ଶର୍ମା, ତିଲକ ବର୍ମା

ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା

ଯଶପ୍ରିତ ବୁମରା, ହର୍ଷିତ ରାଣା

ଜିତେଶ ଶର୍ମା ଓ ସଞ୍ଜୁ ସାମସନ (ୱିକେଟ କିପର)

ଅକ୍ଷର ପଟେଲ, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ

ଅର୍ଶଦୀପ ସିଂ, ରିଙ୍କୁ ସିଂ

୧୫ ଜଣିଆ ଦଳରେ ଶ୍ରେୟଶ ଆୟାରଙ୍କୁ ସ୍ଥାନ ମିଳିନଥିବା ବେଳେ ଆଇପିଏଲର କେକେଆର ଟିମ୍ ରୁ ୩ ଜଣ ଖେଳାଳି ରିଙ୍କୁ ସିଂ, ହର୍ଷିତ ରାଣା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ସ୍ଥାନ ମିଳିଛି । ସେପ୍ଟେମ୍ବର ୨ରୁ ୟୁଏଇରେ ଆରମ୍ଭ ହେବ ମ୍ୟାଚ ।

Leave a Reply

Your email address will not be published. Required fields are marked *