ନୂଆଦିଲ୍ଲୀ: ସିଙ୍ଗାପୁର ବିପକ୍ଷରେ ୧୨-୦ ଗୋଲରେ ବିଜୟ ହାସଲ କରି ଭାରତୀୟ ମହିଳା ହକି ଦଳ, ଚୀନରେ ଆୟୋଜିତ ମହିଳା ଏସିଆ କପ୍ ୨୦୨୫ (Women’s Asia Cup 2025)ର ସୁପର ୪ରେ ନିଜ ସ୍ଥାନ ପକ୍କା କରିଛି। ଏହି ମ୍ୟାଚ୍ରେ ଭାରତୀୟ ଦଳ ପାଇଁ କେବଳ ୨ ଜଣ ଖେଳାଳି ୬ଟି ଗୋଲ ଦେଇଛନ୍ତି । ଦଳର ଷ୍ଟାର ଖେଳାଳି ନବନୀତ କୌର ଏବଂ ମୁମତାଜ ଖାନ ଦଳ ପାଇଁ ହ୍ୟାଟ୍ରିକ୍ ଗୋଲ୍ କରିଥିଲେ। ନବନୀତ ୧୪’, ୨୦’ ଏବଂ ୨୮’ ମିନିଟରେ ଗୋଲ ସ୍କୋର କରିଥିଲେ । ସେହିପରି ମୁମତାଜ ଖାନ ୨’, ୩୨’ ଏବଂ ୩୮’ ମିନିଟରେ ଗୋଲ ଦେଇଥିଲେ।

ଏହି ଦୁଇ ଖେଳାଳିଙ୍କ ବ୍ୟତୀତ ନେହା ୧୧’ ଏବଂ ୩୮’ ମିନିଟରେ ଗୋଲ ଦେଇଥିଲେ । ସେହିପରି ୧୩’ ମିନିଟରେ ଷ୍ଟାର ଷ୍ଟ୍ରାଇକର ଲାଲରେମସିଆମି ,୪୫’ ମିନିଟରେ ଶର୍ମିଲା ଦେବୀ ଏବଂ ୫୨’ ମିନିଟରେ ଋତୁଜା ପିସାଲ ଗୋଲ୍ କରି୍ ଭାରତର ସ୍କୋର ୧୨-୦ କରିଥିଲେ ।
