ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ; ହ୍ୟାଣ୍ଡସେକ୍ ଡ୍ରାମାର କାଲି ହେବ କି ପୁନରାବୃତ୍ତି ?

ନୂଆଦିଲ୍ଲୀ: ଭାରତ ହାତ ନ ମିଳାଇବା ଘଟଣା ପରଠୁ ପାକିସ୍ତାନ ଖେଳାଳିଙ୍କ ସରୁନି ଡ୍ରାମା । ସଂଯୁକ୍ତ ଆରବ ଏମିରେଟ୍ସ (UAE) ବିପକ୍ଷରେ ଲିଗ୍ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଏକ ସାମ୍ବାଦିକ ସମ୍ମିଳନୀ ବାତିଲ କରିଥିଲା, ଏବେ ଭାରତ ବିପକ୍ଷରେ ସୁପର ଫୋର୍ ମ୍ୟାଚ୍ ପୂର୍ବରୁ ସମାନ ଆଚରଣ ପୁନରାବୃତ୍ତି କରିଛି।

ସୂଚନାମୁତାବକ, ଟିମ୍ ଇଣ୍ଡିଆ ସହିତ ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଦଳ ଜଣେ ମୋଟିଭେସନାଲ ସ୍ପିକରଙ୍କ ସାହାଯ୍ୟ ନେଉଛି। ଲିଗ୍ ମ୍ୟାଚ୍ ରେ ପାକିସ୍ତାନ ଦଳ ଭାରତଠାରୁ ସାତ ୱିକେଟରେ ପରାସ୍ତ ହୋଇଥିଲା

ଆସନ୍ତାକାଲି ତଥା ରବିବାର ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ୨୦୨୫ ଏସିଆ କପର ସୁପର ଫୋର୍ ମ୍ୟାଚରେ ଦୁଇ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ, ଶନିବାର ଦିନ ଅର୍ଥାତ୍ ଆଜି ପାକିସ୍ତାନ ସାମ୍ବାଦିକ ସମ୍ମିଳନୀ କରିନଥିଲା। ସେମାନେ ଏହାକୁ ବାତିଲ କରିଦେଇଥିଲେ।

ଖେଳାଳିମାନଙ୍କୁ ପ୍ରେରଣା ଦେବା ପାଇଁ ଦଳ ଜଣେ ପ୍ରେରଣାଦାୟକ ବକ୍ତାଙ୍କୁ ମଧ୍ୟ ନିଯୁକ୍ତ କରିଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ସେପ୍ଟେମ୍ବର ୨୧ ତାରିଖରେ ଭାରତ ବିପକ୍ଷରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ଖେଳାଳିଙ୍କ ମନୋବଳ ବୃଦ୍ଧି କରିବା ପାଇଁ ପ୍ରେରଣାଦାୟକ ବକ୍ତା ଡକ୍ଟର ରାହିଲଙ୍କୁ ନିମନ୍ତ୍ରଣ କରିଛି।

Leave a Reply

Your email address will not be published. Required fields are marked *