DNK LIVENEWS– ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆରେ ଶେଷ ଯାଏଁ ସଂଘର୍ଷ କରି ହାରିଲା ଟିମ୍ ଇଣ୍ଡିଆ । ବିରାଟଙ୍କ ବିରାଟ ପାଳି ସମସ୍ତଙ୍କ ହୃଦୟ ଜିତିଥିଲା । ଗୋଟିଏ ପଟେ ଟିମ୍ ଇଣ୍ଡିଆର ୱିକେଟ ପଡ଼ି ଚାଲିଥିବା ବେଳେ ଅନ୍ୟ ପଟେ ଅବିଚଳିତ ଢଙ୍ଗରେ ଖେଳିଚାଲିଥିଲେ କିଙ୍ଗ କୋହଲି ।
ମାତ୍ର ସମସ୍ତଙ୍କୁ ଚକିତ କରିଥିଲା ହର୍ଷିତ ରାଣାଙ୍କ ପ୍ରଥମ ତଥା ଦମଦାର ଅର୍ଦ୍ଧଶତକୀୟ ଇନିଂସ । ୪୩ ବଲ୍ ରୁ ୫୨ ରନ୍ କରିଥିଲେ ହର୍ଷିତ । ଯେଉଁଥିରେ ୪ଟି ଚୌକା ଏବଂ ୪ଟି ଛକା ଥିଲା । ବିରାଟ ୩ ଛକା ୧୦ ଚୌକା ସହ ୧୦୮ ବଲରେ ୧୨୪ ରନ୍ ସ୍କୋର କରିଛନ୍ତି । ଏକଦିବସୀୟ ମ୍ୟାଚରେ ମୋଟ ୫୪ଟି ଶତକ ହାସଲ କରିଥିବା ବେଳେ ଅନ୍ତର୍ଜାତୀୟ ମ୍ୟାଚରେ ୮୫ଟି ଶତକ ହାସଲ କରିସାରିଲେଣି କୋହଲି । ଟେଷ୍ଟରେ ୩୦, ଦିନିକିଆରେ ୫୪ ଏବଂ ଟି-20ରେ ୧ଟି ଶତକ । ତେବେ ନ୍ୟୁଜିଲାଣ୍ଡ ୪୧ ରନ୍ ରେ ତୃତୀୟ ଦିନିକିଆ ଜିତିବା ସହ ୩ ଟିକିଆ ଦିନିକିଆ ବିଶିଷ୍ଟ ସିରିଜ୍ କୁ ୨-୧ରେ କବଜା କରିନେଇଛି ।

ବିରାଟ ପୁଣି ଥରେ ପ୍ରମାଣ କରିଦେଇଛନ୍ତି ତାଙ୍କ ବିନା ଟିମ୍ ଇଣ୍ଡିଆ ଅଧୁରା । ଏବଂ ୨୦୨୭ ବିଶ୍ବକପ୍ ଖେଳିବା ଅସମ୍ଭବ । ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆଠାରୁ ବିରାଟ ୩ଟି ଦିନିକିଆ ଶତକ ହାସଲ କରିସାରିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ମାତ୍ର ୭ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ ବିରାଟ।
