ରୋଟାରୀ ରୟାଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬: ରୋଟାରୀ କ୍ଲବ୍ ଅଫ୍ କଟକ ଚାମ୍ପିଅନ୍

DNK LIVE NEWS: ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ରୟାଲ୍ ପକ୍ଷରୁ ୨୨ ଫେବୃଆରୀ, ରବିବାର ଦିନ ହାଇଟେକ୍ ମେଡିକାଲ୍ କଲେଜ୍ କ୍ରିକେଟ୍ ପଡ଼ିଆଠାରେ ‘ରୋଟାରୀ ରୟାଲ୍ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ୨୦୨୬’ ଅନୁଷ୍ଠିତ ହୋଇଯାଇଛି। ବାର୍ଷିକ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ରୋଟାରିଆନମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଉତ୍ସାହ, କ୍ରୀଡ଼ା ମନୋଭାବ ଏବଂ ବନ୍ଧୁତ୍ୱର ଝଲକ ଦେଖିବାକୁ ମିଳିଥିଲା।

ପ୍ରତିଯୋଗିତାକୁ ରୋଟାରୀ ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ମନୋଜ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ରୋଟାରୀ ଜିଲ୍ଲା ୩୨୬୨ର ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ଯଥା ଡି.ଜି.ଇ ରୋଟାରିଆନ୍ ଅନିଲ ସାମଲ, ପି.ଡି.ଜି ରୋଟାରିଆନ୍ ରବିନାରାୟଣ ନନ୍ଦ ଏବଂ ପି.ଡି.ଜି ରୋଟାରିଆନ୍ ଦେବାଶିଷ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଟୁର୍ଣ୍ଣାମେଣ୍ଟରେ ଜିଲ୍ଲା ୩୨୬୨ର ମୋଟ ଚାରୋଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ୍ ମ୍ୟାଚ୍ ‘ରୋଟାରୀ କ୍ଲବ୍ ଅଫ୍ ମେଡୋଜ୍’ ଏବଂ ‘ରୋଟାରୀ କ୍ଲବ୍ ଅଫ୍ କଟକ’ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରୋଟାରୀ କ୍ଲବ୍ ଅଫ୍ କଟକ ଚିତ୍ତାକର୍ଷକ ବିଜୟ ହାସଲ କରି ସମ୍ମାନଜନକ ‘ରୟାଲ୍ କପ୍’ ଟ୍ରଫି ହାତେଇଛି।

ପୁରସ୍କାର ବିତରଣୀ ଉତ୍ସବରେ ବହୁ ମାନ୍ୟଗଣ୍ୟ ରୋଟାରିଆନ୍ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ପି.ଡି.ଜି ଅଶ୍ୱିନୀ କର, ଡି.ଜି.ଇ.ଏନ ଇନ୍ଦ୍ରଜିତ ସାହୁ, ପି.ଡି.ଜି ଶିବବ୍ରତ ଦାସ, କ୍ଲବ୍ ସଭାପତି ଅର୍ଜୁନ କୁମାର ସାହୁ, ସମ୍ପାଦକ ଦୀପକ ସେହଗଲ୍, ଟୁର୍ଣ୍ଣାମେଣ୍ଟ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, ଆଇ.ପି.ପି ବିଭୂତି ଭୂଷଣ କର, ପି.ପି ପ୍ରସନ୍ନ କୁମାର ଲେଙ୍କା, ପି.ପି ବାଦଲ ପରିଜା, କାର୍ଯ୍ୟନିର୍ବାହୀ ସମ୍ପାଦକ ଦେବାବ୍ରତ ମହାନ୍ତି, ବିଜୟ ଅଗ୍ରୱାଲ, ପି.ପି ସଞ୍ଜୟ ଚୌଧୁରୀ, ପ୍ରଭଞ୍ଜନ ମଲ୍ଲିକ, ପ୍ରଶାନ୍ତ ସାହୁ, ଶ୍ରୀନିବାସ ସାହୁ, ଦେବା ପାତ୍ର, ତୁଷାର ମହାନ୍ତି, ଅଜୟ ପଟ୍ଟନାୟକ ଏବଂ ପି.ପି ପ୍ରଦୀପ ଦାସ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।

କ୍ଲବ୍ ସଭାପତି ରୋଟାରିଆନ୍ ଅର୍ଜୁନ କୁମାର ସାହୁ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ସଦସ୍ୟଙ୍କ ନିଷ୍ଠାପର ସହଯୋଗ ଓ ସକ୍ରିୟ ଅଂଶଗ୍ରହଣ ନିମନ୍ତେ ସମସ୍ତଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଇଛନ୍ତି। ପ୍ରତିବର୍ଷ ଆୟୋଜିତ ହେଉଥିବା ଏହି ରୋଟାରୀ ରୟାଲ୍ କପ୍‌ ବିଭିନ୍ନ କ୍ଲବ୍ ମଧ୍ୟରେ ଏକତା ଓ ବନ୍ଧୁତ୍ୱକୁ ଅଧିକ ସୁଦୃଢ଼ କରିଥାଏ ବୋଲି ସେ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *