DANDAKARANYA MEDIA (OPC) PRIVATE LTD.

ଚଳିତ FIFA ବିଶ୍ଵକପରେ ଖେଳିବେ ୪ ଜଣ ଭାରତୀୟ ବଂଶଦ୍ଭବ ।।ଜାଣନ୍ତୁ ସେମାନେ କିଏ ?

Dnk News Live- ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି ଫୁଟବଲ ମହକୁମ୍ଭ FIFA ବିଶ୍ଵକପ । ଫିଫା ବିଶ୍ବକପର ୨୩ତମ ସଂସ୍କରଣ-୨୦୨୬ ଜୁନ୍‌ ୧୧ରୁ ଆରମ୍ଭ ହେବାକୁ ଯାଉଛି । ଏହା ଆମେରିକା, ମେକ୍ସିକୋ ଓ କାନାଡାରେ ଖେଳାଯିବ। ୪୮ ଦେଶକୁ ନେଇ ଆୟୋଜିତ ହେବାକୁ ଥିବା ଏହି ବିଶ୍ବକପରେ ଭାରତ ଅଂଶଗ୍ରହଣ କରୁନଥି​‌ଲେ ମଧ୍ୟ ୪ ଭାରତୀୟ ବଂଶୋଭବ ବିଭିନ୍ନ ଦଳ ପକ୍ଷରୁ ଖେଳିବାର ସୁଯୋଗ ପାଇଛନ୍ତି। ସେମାନେ ହେଲେ ଶରପ୍ରୀତ ସିଂହ, ସାମୁଏଲ ମୋଟୁସ୍ବାମୀ, ତାସିନ ଅହମ୍ମଦ ଓ ଡୋକନ୍‌ସ ନାଜୁନ।

FIFA ରେ ଖେଳିବେ ଏହି ୪ ଭାରତୀୟ ବଂଶଦ୍ଭବ

*ମିଡ୍‌ଫିଲଡର ଶରପ୍ରୀତ ସିଂହ ନ୍ୟୁଜିଲାଣ୍ଡ ଦଳରେ ସ୍ଥାନ ପାଇଛନ୍ତି। ଅକ୍‌ଲାଣ୍ଡରେ ଜନ୍ମିତ ଶରପ୍ରୀତଙ୍କ ପିତାମାତା ପଞ୍ଜାବର ମୂଳ ବାସିନ୍ଦା। ଶରପ୍ରୀତ ଚଳିତ ବର୍ଷ ନ୍ୟୁଜିଲାଣ୍ଡ ସିନିୟର ଦଳ ପକ୍ଷରୁ ପଦାର୍ପଣ କରିବା ସହିତ ବିଶ୍ବକପ ଦଳରେ ସ୍ଥାନ ପାଇଛନ୍ତି।

*ସାମୁଏଲ ମୋଟୁସ୍ବାମୀ ଡି.ଆର କଙ୍ଗୋ ଦଳରେ ସ୍ଥାନ ପାଇଛନ୍ତି। ତାମିଲନାଡୁର ମୂଳ ବାସିନ୍ଦା ସାମୁଏଲ ମୋଟୁସ୍ବାମୀ ୨୦୧୯ରୁ ଡି ଆର କଙ୍ଗୋ ପକ୍ଷରୁ ଖେଳି ଆସୁଛନ୍ତି। ମିଡ୍‌ଫିଲଡର ଭାବେ ୫୭ଟି ମ୍ୟାଚ ଖେଳିଛନ୍ତି।

* ସେହିପରି କାତାର ଦଳରେ ତାସିନ ମହମ୍ମଦ ଜାମସେଦି ସ୍ଥାନ ପାଇଛନ୍ତି।​‌ ଦୋହାରେ ଜନ୍ମିତ ତାସିନ ୨୦୨୪ରେ କାତାର ସିନିୟର ଦଳ ପକ୍ଷରୁ ପଦାର୍ପଣ କରିଥିଲେ। ତାସିନଙ୍କ ପରିବାର କେରଳ କନ୍ନୁରର ମୂଳ ବାସିନ୍ଦା। ଏବେ ପରିବାର ସହ ତାସିନ ଦୋହାରେ ଅବସ୍ଥାନ କରୁଛନ୍ତି। ପ୍ରଥମ ଥର ପାଇଁ ତାସିନ ବିଶ୍ବକପ ଖେଳିବାକୁ ଯାଉଛନ୍ତି।

* ଅନ୍ୟପଟେ ​‌ଡେକେନ୍‌ସ ନାଜୁନ ହାଇତ ପାଇଁ ୨୦୧୬ରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି । କେରଳ ବ୍ଲାଷ୍ଟର୍ସ ପକ୍ଷରୁ ଆଇଏସ୍‌ଏଲରେ ଖେଳିଛନ୍ତି। ହାଇତି ପାଇଁ ଏବେ ସୁଦ୍ଧା ସର୍ବାଧିକ ଗୋଲ ସ୍କୋରର ରହିଛନ୍ତି ନାଜୁନ । ନାଜୁନଙ୍କ ମୂଳ ପରି


ବାର କୋଚିର ହୋଇଥିବାବେଳେ ସେ ଏବେ ହାଇତିରେ ଅବସ୍ଥାନ କରୁଛନ୍ତି ।।

Leave a Reply

Your email address will not be published. Required fields are marked *